ରାଜ୍ୟବ୍ୟାପୀ ରହିଥିବା
ଆଇ.ଟି.ଆଇ. ଓ ଡିପ୍ଲୋମା ଅନୁଷ୍ଠାନଗୁଡ଼ିକ ପାଖରେ ‘‘ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ’’ର ସ୍ୱୀକୃତି ରହିଥିବା ଏବଂ ଯଥା ସମୟରେ ତାହାର ନବୀକରଣ ସେଇ ଅନୁଷ୍ଠାନମାନେ କରାଉଥିବା ନିହାତି ଆବଶ୍ୟକ। ନଚେତ୍ ଆଗାମୀ ନାମଲେଖା ଋତୁରେ ସେହି ଅନୁଷ୍ଠାନ ମାନେ ଛାତ୍ରଛାତ୍ରୀଙ୍କ ନାମଲେଖାଇବାରେ ଅସମର୍ଥ ହେବେ। ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଉଛି ଯେ ସେମାନେ ମାର୍ଗଦର୍ଶିକା ଅନୁସରଣ କରନ୍ତୁ ଏବଂ ସେହି ଅନୁସାରେ ନିଜର ପସନ୍ଦର ଅନୁଷ୍ଠାନ ଚୟନ କରନ୍ତୁ।