କୌଣସି ସହବନ୍ଧିତ ଆଇ.ଟି.ଆଇ…..
କୌଣସି ସହବନ୍ଧିତ ଆଇ.ଟି.ଆଇ.(ଉଭୟ ସରକାରୀ ଓ ବେସରକାରୀ)ରେ ନାମଲେଖାଇବାକୁ ଚାହୁଥିଲେ, ଛାତ୍ରଛାତ୍ରୀମାନଙ୍କୁ ଏସ୍.ସି.ଟି.ଇ.ଭି.ଟି. ପ୍ରସ୍ତାବିତ ବିଭିନ୍ନ ନିୟମ ଓ କଟକଣା ମାନିବାକୁ ପଡ଼ିବ।
୧. ଆଇ.ଟି.ଆଇ. ପାଇଁ ନିୟମ ଓ କଟକଣା
୧. ସି.ଟି.ଏସ୍. ଅଧୀନରେ ନାମଲେଖା ପାଇଁ ସର୍ବନିମ୍ନ ଯୋଗ୍ୟତା
କ) ଅଷ୍ଟମ ପାସ୍
ଖ) ଦଶମ ପାସ୍
୨. ପଞ୍ଜୀକରଣ
ନାମଲେଖା ପରେ ସଂପୃକ୍ତ ନାମଲେଖାଇଥିବା ପ୍ରଶିକ୍ଷାର୍ଥୀମାନଙ୍କର ଅସଲି ଦସ୍ତାବିଜ୍ଗୁଡ଼ିକୁ ଡି.ଟି.ଇ.ଟି. ଓଡ଼ିଶା କଟକ କାର୍ଯ୍ୟାଳୟର ଏସ୍.ପି.ଆଇ.ୟୁ. ଯାଞ୍ଚ କରିଥାଏ। ଏସବୁଗୁଡ଼ିକ ଏସ୍.ପି.ଆଇ.ୟୁ. ଦ୍ୱାରା ଅନୁମୋଦିତ ହୋଇଯିବା ପରେ ସମସ୍ତଙ୍କର ପଞ୍ଜୀକରଣ ନମ୍ବର ବାହାର କରିବା ପାଇଁ ପ୍ରଶିକ୍ଷାର୍ଥୀମାନଙ୍କ ସବିଶେଷକୁ ଏନ୍.ସି.ଭି.ଟି. ସୂଚନା ପରିଚାଳନା ପୋର୍ଟାଲରେ ଅପ୍ଲୋଡ଼୍ କରାଯିବ।
୩. ପରୀକ୍ଷା
ଏ.ଆଇ.ଟି.ଟି. (ସର୍ବଭାରତୀୟ ଟ୍ରେଡ଼୍ ପରୀକ୍ଷା) ବର୍ଷକୁ ଦୁଇ ଥର ଫେବ୍ରୁଆରି ଓ ଅଗଷ୍ଟ ମାସରେ ହୋଇଥାଏ ସବୁ ସେମିଷ୍ଟର ପାଇଁ।
୪. ପରୀକ୍ଷା ପାଇଁ ନାମଲେଖାଇବାକୁ ଯୋଗ୍ୟତା
କ) ତ୍ରୟୋମାସିକ-୧ ଐବଂ ତ୍ରୟୋମାସିକ-୨ ଶିକ୍ଷାଧିବେଶନ ମାର୍କ (ସର୍ବନିମ୍ନ ୬୦%)
ଖ) ତ୍ରୟୋମାସିକ-୧ ଓ ତ୍ରୟୋମାସିକ-୨ ଉପସ୍ଥିତି (ପ୍ରତି ସେମିଷ୍ଟରରେ ସର୍ବନିମ୍ନ ୮୦%)
ଗ) ପରୀକ୍ଷା ଫିସ୍ ସ୍ଥିତି ‘ହଁ’
୫. ପରୀକ୍ଷା ସଂଚାଳନ
କ) ଏସ୍.ସି.ଟି.ଇ.ଭି.ଟି., ଓଡ଼ିଶା, ଭୁବନେଶ୍ୱର ପକ୍ଷରୁ ମଗାଯାଇଥିବା ପ୍ରଶ୍ନପତ୍ର ସଂଖ୍ୟା ଅନୁଯାୟୀ ଏନ୍.ସି.ଭି.ଟି. ପ୍ରଶ୍ନପତ୍ର ଯୋଗାଇଥାଏ
ଖ) ପ୍ରଥମ ସେମିଷ୍ଟରର ସମସ୍ତ ପତ୍ରଗୁଡ଼ିକ ଓ.ଏମ୍.ଆର୍. ଭିତ୍ତିକ
ଗ) ୨ୟ, ୩ୟ ଓ ୪ର୍ଥ ସେମିଷ୍ଟର ଇ.ଡି. ପତ୍ର ସେଇ ପାରମ୍ପରିକ ଶୈଳୀର ଏବଂ ଅନ୍ୟ ବିଷୟ ପତ୍ରଗୁଡ଼ିକ ଓ.ଏମ୍.ଆର୍. ଭିତ୍ତିକ
୬. ସେମିଷ୍ଟର ପରୀକ୍ଷାରେ ଉତ୍ତୀର୍ଣ ହେବାର ଢାଞ୍ଚା
ଲିଖିତ ଥିଓରୀ ପତ୍ରରେ ଉତ୍ତୀର୍ଣ ହେବାକୁ ସର୍ବନିମ୍ନ ୪୦%
ଟ୍ରେଡ଼୍ ପ୍ରାକ୍ଟିକାଲରେ ଉତ୍ତୀର୍ଣ ହେବାକୁ ସର୍ବନିମ୍ନ ୬୦%
୭. ଅନୁକମ୍ପା ମାର୍କ
କ) ଇଂଜିନିୟରିଂ ଟ୍ରେଡ଼୍ଗୁଡ଼ିକରେ ମୋଟ ମାର୍କ ଉପରେ ୭ ଅନୁକମ୍ପା ମାର୍କ
ଖ) ଅଣଇଂଜିନିୟରିଂ ଟ୍ରେଡ଼୍ଗୁଡ଼ିକରେ ୨ ଅନୁକମ୍ପା ମାର୍କ
୮. ଫଳ ଘୋଷଣା
ଓଏମ୍ଆର୍ ଉତ୍ତରଖାତାଗୁଡ଼ିକୁ ସ୍କାନିଂ କରିବା ପରେ ଥିଓରି ମାର୍କଗୁଡ଼ିକୁ ସୂଚନା ପରିଚାଳନା ବ୍ୟବସ୍ଥା ପୋର୍ଟାଲରେ ଏନ୍.ସି.ଭି.ଟି. ଅପ୍ଲୋଡ଼୍ କରିଥାଏ, ଏହା ପରେ ଏନ୍.ସି.ଭିଟି. ପୋର୍ଟାଲରେ ଏସ୍.ସି.ଟି.ଇ.ଭି.ଟି. ଅପ୍ଲୋଡ଼୍ କରେ ଇ.ଡି., ଟ୍ରେଡ଼୍ ପ୍ରାକ୍ଟିକାଲ ମାର୍କ ଏବଂ ଶିକ୍ଷାଧିବେଶନ ମାର୍କ
ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ଏନ୍.ସି.ଭି.ଟି. ଦ୍ୱାରା ପରୀକ୍ଷାଫଳ ଘୋଷିତ ହୋଇଥାଏ